କୋରାପୁଟ : କୋଟିଆକୁ ନେଇ ଆଜି ଭୁବନେଶ୍ୱରରେ ବସିବ ସର୍ବଦଳୀୟ ବୈଠକ । ସେପଟେ ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଘୁଞ୍ଚିଛି । ବାତ୍ୟା ଅର୍ଣ୍ଣ ଓ ବିବାଦ ଯୋଗୁଁ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନକୁ ନଭେମ୍ୱର ୩ ତାରିଖ ବଦଳରେ ୫ ତାରିଖ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପଟେ କୋଟିଆ ବିବାଦର ସମାଧାନ ରାସ୍ତା ବାହାର କରିବାକୁ ଆଜି ରାଜଧାନୀ ଭୁବନେଶ୍ୱରରେ ବସିବ ସର୍ବଦଳୀୟ ବୈଠକ । ଭୁବନେଶ୍ୱରରେ ଏକାଠି ହୋଇ କେମିତି ବିରୋଧ କରାଯିବ ସେନେଇ ସର୍ବଦଳୀୟ ବୈଠକରେ ରଣନୀତି ପ୍ରସ୍ତୁତ ହେବ । ଆନ୍ଧ୍ର ସରକାରଙ୍କୁ କେମିତି ଜବାବ ଦିଆଯିବ, ସୁପ୍ରିମକୋର୍ଟରେ କଣ ସବୁ ପ୍ରମାଣ ଦାଖଲ ହେବ ତାହାର ରୁପରେଖ କଣ ହେବା ଉଚିତ ସେନେଇ ସବୁ ରାଜନୈତିକ ଦଳଙ୍କ ମତାମତ ଲୋଡ଼ିବେ ରାଜ୍ୟ ସରକାର ।










