କଟକ: ସରପଞ୍ଚ ଚାମେଲୀ ଓଝାଙ୍କ ବିବାଦ ପ୍ରସଙ୍ଗରେ ବଡ଼ ଖବର । ଚାମେଲୀଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ଘୋଷିତ ହୋଇଛି । ଏହି ମାମଲାରେ ଚାମେଲୀ ଓଝାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ । ଚାମେଲୀ ଓଝାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବର ପ୍ରକ୍ରିୟାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ଆବେଦନର ଶୁଣାଣି କରି କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଫଳରେ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ହୋଇଛି ।










