30.1 C
Bhubaneswar
Monday, October 26, 2026
Homeଓଡିଶାଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ମୃତ ଶିଶୁକୁ ଜନ୍ମ ଦେଲେ ପ୍ରସୂତି

ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ମୃତ ଶିଶୁକୁ ଜନ୍ମ ଦେଲେ ପ୍ରସୂତି

ରାୟଗଡ଼ା: ରାୟଗଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ମୃତ ଶିଶୁକୁ ଜନ୍ମ ଦେଲେ ପ୍ରସୂତି । କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ମାଳିପଦର ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଖବର ପାଇ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆଶାକର୍ମୀ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ ନିକଟରେ ଅଟକି ରହିଥିଲା ।

ଫଳରେ ପରିବାର ଲୋକେ ଗର୍ଭବତୀଙ୍କୁ ଭାର କରି ପ୍ରାୟ ୫ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ଏଥିରେ ଆମ୍ବୁଲାନ୍ସ ଚାଳକ ଦୀପକ ଗୋପାଳ ସହଯୋଗ କରିଥିଲେ। ନିକଟସ୍ଥ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ନଥିବାରୁ ମହିଳାଙ୍କୁ କାଶୀପୁର ସିଏଚ୍ ସି ନିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରସୂତି ଜଣଙ୍କ ମୃତ ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଏଯାଏଁ ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking