ନୂଆଦିଲ୍ଲୀ: ଏସିଆନ ପାରାଗେମ୍ସରେ ଭାରତକୁ ପୁଣି ଡବଲ ସ୍ୱର୍ଣ୍ଣ । ତୀରନ୍ଦାଜୀରେ ହରବିନ୍ଦର ସିଂ ଓ ବିଜୟ ସୁଣ୍ଡି ସ୍ୱର୍ଣ୍ଣପଦକ ଜିତିଛନ୍ତି । ଚିନକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚିନକୁ ୫-୧ରେ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ଏହି ଯୋଡି । ମେନ୍ସ ଡବଲ୍ସ ତୀରନ୍ଦାଜିରେ ଭାରତକୁ ଏ ସଫଳତା ମିଳିଛି । ସେହିପରି ବ୍ୟାଡମିଣ୍ଟନରେ ଭାରତର ନୀତେଶ କୁମାର ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ସେ ଓଡିଆ ଖେଳାଳି ପ୍ରମୋଦ ଭଗତଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ପ୍ରମୋଦ ଭଗତ ।










