28.1 C
Bhubaneswar
Monday, October 19, 2026
Homeଦେଶ ବିଦେଶଉତ୍ତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଢାଲ ସିଂହ ବିସେନ

ଉତ୍ତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଢାଲ ସିଂହ ବିସେନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଡାକ୍ତର ଢାଲ ସିଂହ ବିସେନ । ସୋମବାର ଡେରାଡୁନସ୍ଥିତ ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନୋଜ କୁମାର ତିୱାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଏହି ସମାରୋହରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ତାଙ୍କ କ୍ୟାବିନେଟର ସଦସ୍ୟ, ମୁଖ୍ୟ ସଚିବ ଆନନ୍ଦ ବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଢାଲ ସିଂହ ବିସେନ ପୂର୍ବତନ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ୍ ସିଂହଙ୍କ ସ୍ଥାନ ନେଇଛନ୍ତି । ମଧ୍ୟପ୍ରଦେଶ ରାଜନୀତିରେ ଢାଲ ସିଂହ ବିସେନଙ୍କର ଦୀର୍ଘ ଅଭିଜ୍ଞତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking