27.1 C
Bhubaneswar
Monday, October 19, 2026
Homeଓଡିଶାଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

 ଅତାବିରାଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ସାମାନ୍ୟ ଟଙ୍କା ଦିଆନିଆକୁ ନେଇ ଆରମ୍ଭ ହୋଇଥିବା ବଚସା ଶେଷରେ ନେଇଛି ଭୟଙ୍କର ରୂପ । ଅତାବିରା ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ଅତାବିରା ୱାର୍ଡ ନମ୍ବର ୫ ଭୋଇପୁରାର ଶିବ ବିଶ୍ୱାଳ । ସୂଚନା ଅନୁସାରେ, ଟଙ୍କା ଦିଆନିଆକୁ  କେନ୍ଦ୍ର କରି ପ୍ରଥମେ ଶିବଙ୍କ ସହ କିଛି ଯୁବକଙ୍କର ବଚସା ହୋଇଥିଲା। ପରେ ଉତ୍ତେଜନା ବଢ଼ିବାରୁ ଶିବଙ୍କ ଉପରେ ଛୁରାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।ଘଟଣା ସମ୍ପର୍କରେ ଖବର ପାଇ ଅତାବିରା ପୋଲିସ ତୁରନ୍ତ ଭୋଇପୁରା କେନାଲ ବ୍ରିଜ୍‌ ନିକଟରେ ପହଞ୍ଚିଥିଲା । ସେଠାରୁ ରକ୍ତାକ୍ତ ଅବସ୍ଥାରେ ଶିବଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତର ସେଠାରେ ଶିବଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking