30.1 C
Bhubaneswar
Sunday, October 18, 2026
Homeଓଡିଶାକୋଲକାତା ଦଳାଚକଟା ଘଟଣା ପରେ ଚେତିଲା କମିଶନରେଟ୍ ପୋଲିସ

କୋଲକାତା ଦଳାଚକଟା ଘଟଣା ପରେ ଚେତିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ପାର୍ବଣ ଋତୁରେ ରାଜଧାନୀରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ୍ ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍‌କୁ ଆସିଛି। ଗତକାଲି କୋଲକାତାର ଏକ ପୂଜା ମଣ୍ଡପ ନିକଟରେ ଘଟିଥିବା ଭୟଙ୍କର ଦଳାଚକଟା ଘଟଣାରୁ ଶିକ୍ଷା ନେଇ ଟ୍ୱିନ୍ ସିଟି ପୋଲିସ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ବିଶେଷ କରି ପୂଜା ମଣ୍ଡପଗୁଡ଼ିକରେ କିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ଭିଡ଼ ନିୟନ୍ତ୍ରଣ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ପୂଜା ମଣ୍ଡପଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯେପରି ଅନାବଶ୍ୟକ ଭିଡ଼ ନଜମେ, ସେଥିପ୍ରତି ସତର୍କ ରହିବାକୁ ଭୁବନେଶ୍ୱର ଡିସିପି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କୁ ଅନୁରୋଧ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟକ୍ଷ ସମୀକ୍ଷା ପାଇଁ ପୋଲିସ କମିଶନର (ସିପି), ଡିସିପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ନିଜେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି। ଆସନ୍ତାକାଲି ଠାରୁ ଏହି ତଦାରଖ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ।ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ଆହ୍ୱାନ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking