28.1 C
Bhubaneswar
Saturday, October 17, 2026
Homeଦେଶ ବିଦେଶନଭେମ୍ବର ୧ରେ ରାମଲୀଳା ମୈଦାନରେ କଂଗ୍ରେସର ମହାସମାବେଶ

ନଭେମ୍ବର ୧ରେ ରାମଲୀଳା ମୈଦାନରେ କଂଗ୍ରେସର ମହାସମାବେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନ ପାଇଁ ନୂଆ ସ୍ଥାନ ଚିହ୍ନଟ ହେବା ପରେ ବଡ଼ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଜନ୍ତର ମନ୍ତରକୁ ଅଧିକୃତ ପ୍ରଦର୍ଶନସ୍ଥଳ ତାଲିକାରୁ ହଟାଯିବା ପରେ ଏବେ ରାମଲୀଳା ମୈଦାନ ଆନ୍ଦୋଳନର ନୂଆ କେନ୍ଦ୍ର ପାଲଟିବାକୁ ଯାଉଛି । ଦୀପାବଳି ପୂର୍ବରୁ ଏଠାରେ ବଡ଼ ଧରଣର ପ୍ରଦର୍ଶନ କରିବାକୁ କଂଗ୍ରେସ ଯୋଜନା କରିଛି । ସୂଚନା ଅନୁଯାୟୀ, ନଭେମ୍ବର ୧ ତାରିଖରେ ଏହି ପ୍ରଦର୍ଶନ ହେବ ।କେନ୍ଦ୍ର ସରକାର ପ୍ରଦର୍ଶନ ପାଇଁ ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ସିବିଡି ମୈଦାନକୁ ଅଧିକୃତ ସ୍ଥାନ ଭାବେ ଚିହ୍ନଟ କରିଛନ୍ତି । ରାମଲୀଳା ମୈଦାନରେ ପ୍ରଦର୍ଶନ ପାଇଁ କଂଗ୍ରେସକୁ ପୁଲିସ ପକ୍ଷରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ (NOC) ମିଳିଛି । ଦିଲ୍ଲୀ ସେଣ୍ଟ୍ରାଲ ପୁଲିସର ଡିସିପି ରୋହିତ ରାଜବୀର ସିଂହଙ୍କ ସୂଚନା ଅନୁଯାୟୀ, ରାମଲୀଳା ମୈଦାନରେ ପ୍ରଦର୍ଶନ ପାଇଁ କଂଗ୍ରେସ ପ୍ରଥମେ ଦିଲ୍ଲୀ ନଗର ନିଗମ (MCD) ସହ ଯୋଗାଯୋଗ କରିଥିଲା । ଏହାପରେ MCD ପକ୍ଷରୁ ଅକ୍ଟୋବର ୨୫ରୁ ନଭେମ୍ବର ୩ ଯାଏଁ ମୈଦାନ ଉପଲବ୍ଧ ଥିବା ସୂଚନା ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking