ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଦୁଇ ଭିଭିଆଇପିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ ଡିଜି ବିନୟତୋଷ ମିଶ୍ର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭିଭିଆଇପି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା ଓ ଟ୍ରାଫିକ୍ ପରିଚାଳନା ସମେତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନରହେ, ସେନେଇ ପ୍ରସ୍ତୁତିକୁ ଅଧିକ ମଜବୁତ କରାଯାଉଛି ।
ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ଡିଜି ଆରପି କୋଚେ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏଡିଜି ରାଜେଶ କୁମାର, ପୁଲିସ କମିସନର ଏସ୍ ଦେବଦତ୍ତ ସିଂ ଏବଂ ଡିସିପି ସର୍ବଣା ବିବେକ ଏମ୍ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ୨୫ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ସେହିପରି ୨୮ ଓ ୨୯ ଅକ୍ଟୋବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ କରିବେ। ଦୁଇ ଶୀର୍ଷ ନେତାଙ୍କ ଗସ୍ତକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି ।










