କଟକ : କଟକ ବାଲିଯାତ୍ରା ତଳ ପଡିଆ ନଦୀ ପଠାରେ ନିର୍ମମ ହତ୍ୟାକାଣ୍ଡ । ନାବାଳକକୁ ଛୁରାମାଡ଼ କରି ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ନଦୀପଠାକୁ ଡାକିନେଇ ସଂଘବଦ୍ଧ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ନଦୀପଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି । କଟକ ସ୍ପେଶାଲ ସ୍କ୍ବାଡ୍ ଏସିପି ଏବଂ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛନ୍ତି । ତେବେ ହତ୍ୟାର ଶିକାର ନାବାଳକଙ୍କର ଏପର୍ଯ୍ୟନ୍ତ ପରିଚୟ ପାଇବାରେ ପୁଲିସ ବିଫଳ ହୋଇଛି । କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନାବାଳକକୁ ହତ୍ୟା କଲେ? ନଦୀ ପଠାକୁ ଡ଼ାକି ନେଇ ହତ୍ୟା କରିବା ପଛରେ ରହସ୍ୟ କଣ? ତାର ରହସ୍ୟ କାଢିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ରକ୍ତ ଛିଟାରୁ ଜଣାପଡିଛି ଯେ, ହତ୍ୟାକାଣ୍ଡ ଆଜି ସକାଳୁ କରାଯାଇଛି ।










