ମହାରାଷ୍ଟ୍ର: ମହାରାଷ୍ଟ୍ରର ବୀଡ଼ ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ତୁଲଜାପୁର ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ କାର୍ ସହ ଏକ ସରକାରୀ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୧୧ଟା ସମୟରେ ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ମାଜଲଗାଓଁ ତାଲୁକା ଅନ୍ତର୍ଗତ ଶିନ୍ଦେୱାଡ଼ି ଫାଟା ନିକଟରେ ଏହି ଦୁର୍ଘଟଣା ଘଟିଛି। ଖାମଗାଓଁ-ପଣ୍ଢରପୁର ଜାତୀୟ ରାଜପଥରେ ଅବିନାଶ ଦାଦା ବନସୋଡେଙ୍କ ପେଟ୍ରୋଲ ପମ୍ପ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ କାର୍ ସହ ଏସ୍ଟି ବସ୍ର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ରେ ଥିବା ୫ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।










