30.1 C
Bhubaneswar
Sunday, October 18, 2026
Homeଦେଶ ବିଦେଶଦୁର୍ଗାପୂଜା ମଣ୍ଡପରେ ଦଳାଚକଟା, ଗଲା ୧୯ ଜୀବନ: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା, ଗଲା ୧୯ ଜୀବନ: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁର୍ଗାପୂଜା ମହୋତ୍ସବରେ ଘଟିଛି ହୃଦୟବିଦାରକ ଅଘଟଣ । ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା, ୫ ଜଣ ପୁରୁଷ ଏବଂ ଜଣେ ଶିଶୁ ଥିବା କୁହାଯାଇଛି। ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ମହାସପ୍ତମୀ ସନ୍ଧ୍ୟାରେ ପ୍ରବଳ ବର୍ଷା ସତ୍ତ୍ୱେ ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ପେଣ୍ଡାଲର କିଛି ଅଂଶ ଭାଙ୍ଗିପଡ଼ିବା ପରେ ସ୍ଥିତି ଅଣାୟତ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି କୋଲକାତା ମେଡିକାଲ କଲେଜ ହସ୍ପିଟାଲ ସମେତ ବିଭିନ୍ନ ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ମଣ୍ଡପକୁ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ କରାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମଣ୍ଡପ ଭିତରେ ଅତ୍ୟଧିକ ଜନଗହଳି ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିସ୍ଥିତି ଜଟିଳ ହେବାରୁ ପୁଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ମୋଟରସାଇକଲ ଯୋଗେ ମଧ୍ୟ ହସ୍ପିଟାଲକୁ ନେଇଥିଲେ। ମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସଂକୀର୍ଣ୍ଣ ଥିବା ଏବଂ ଆଲୋକ ବ୍ୟବସ୍ଥା ଠିକ୍ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଘଟଣା ପରେ ଚୋରବାଗାନ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ଜୟନ୍ତ ବାନାର୍ଜୀଙ୍କ ସମେତ କିଛି କର୍ମକର୍ତ୍ତା ଇସ୍ତଫା ଦେଇଥିବା କୁହାଯାଇଛି। ଘଟଣାକୁ ନେଇ ପୁଲିସ ଆୟୋଜକ ଏବଂ ଘରୋଇ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଦଳାଚକଟାର କାରଣ, ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ଯାଞ୍ଚ ଚାଲିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ 80,000 ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ସ୍ଥିତି ତଦାରଖ କରିଛନ୍ତି।ଶାହ ଆଜି ଆହତମାନଙ୍କୁ ହସ୍ପିଟାଲରେ ଭେଟିବେ । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଚୋରବାଗାନ ପୂଜା ମଣ୍ଡପର ଏହି ଦଳାଚକଟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟିଏମ୍‌ସି ଏହି ଘଟଣାରେ ପୁଲିସ ପ୍ରଶାସନ ଓ ବିଜେପିକୁ ଦାୟୀ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking