ବ୍ରହ୍ମପୁର: ଆଖି ବୁଜିଲା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଗତ ୧୧ ତାରିଖ ରବିବାର ରାତିରେ ଏହି ବିରଳ ଶିଶୁ ଜନ୍ମ ନେଇଥିଲା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ଜଣେ ମହିଳା ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ଥିବା ଶିଶୁକୁ ଜନ୍ମ ଦେଇଥିଲେ।ଶିଶୁଟି ଜନ୍ମ ହେବା ପରେ ତାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ରଖାଯାଇଥିଲା। ଶିଶୁର ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ। ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଶେଷରେ ଶିଶୁଟିର ମୃତ୍ୟୁ ହୋଇଛି। ଏହି ବିରଳ ଜନ୍ମ ଘଟଣା ପରେ ଶିଶୁଟିର ମୃତ୍ୟୁ ଦୁଃଖର ଛାୟା ଖେଳାଇ ଦେଇଛି ।










