26.1 C
Bhubaneswar
Tuesday, October 13, 2026
Homeଓଡିଶାମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” ଶୀର୍ଷକ କର୍ମଶାଳା

ମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” ଶୀର୍ଷକ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର ବ୍ୟବସାୟ ଓ ରପ୍ତାନି କ୍ଷେତ୍ରକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ମେ’ଫେୟାର୍ କନଭେନସନଠାରେ “ମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” (Leveraging Free Trade Agreements) ଶୀର୍ଷକ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଛନ୍ତି ବିଶ୍ଵ ବଜାର ହେଉଛି ସମୃଦ୍ଧିର ନୂଆ ଦିଗନ୍ତ । ଓଡ଼ିଶାର ସ୍ଥାନୀୟ ଉଦ୍ୟୋଗୀ, ରପ୍ତାନିକାରୀ ଏବଂ ବ୍ୟବସାୟୀମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ଦେଶ ସହିତ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ସଚେତନ କରାଇବା ଏବଂ ବିଶ୍ୱ ବଜାରରେ ମିଳୁଥିବା ସୁଯୋଗଗୁଡ଼ିକର କିଭଳି ସର୍ବାଧିକ ଲାଭ ଉଠାଯାଇପାରିବ, ସେହି ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜନ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡ଼ିଶାର ରପ୍ତାନି କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଭାଗିଦାରୀ ବଢ଼ାଇବାକୁ ନିଜ ବକ୍ତବ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଗୁରୁତ୍ଵାରୋପ କରିଥିଲେ । ସ୍ଥାନୀୟ ବ୍ୟବସାୟକୁ ବିଶ୍ୱ ସ୍ତରକୁ ଆଗେଇ ନେବା ଦିଗରେ ଏହି କର୍ମଶାଳା ଏକ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଓଡ଼ିଶା ପାଇଁ ବିଶ୍ୱ ବଜାରର ସୁଯୋଗରେ ରୂପାନ୍ତରିତ କରିବା ଆଭିମୁଖ୍ୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ବରିଷ୍ଠ ଅର୍ଥନୈତିକ ପରାମର୍ଶଦାତା ତଥା ଯୁଗ୍ମ ସଚିବ ଅଗ୍ରିମ କୌଶଳ, ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା, ଶିଳ୍ପ ନିର୍ଦ୍ଦେଶକ ଅବୋଲି ସୁନିଲ ନରୱଣେ, ବୈଦେଶିକ ବାଣିଜ୍ୟର ସହକାରୀ ମହାନିର୍ଦ୍ଦେଶକ ମନୋଜ ସିଂ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିଳ୍ପପତି ଏବଂ ବାଣିଜ୍ୟ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଏବଂ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଆୟୋଜନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking