26.1 C
Bhubaneswar
Tuesday, October 13, 2026
Homeଓଡିଶାଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ: ଅନୀଲ ବିଶ୍ୱାଳ

ଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ: ଅନୀଲ ବିଶ୍ୱାଳ

ଭୁବନେଶ୍ୱର: କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ହୋଇଛି। ୨୦୧୪-୧୫ ମସିହା ପୂର୍ବରୁ ଦେଶରେ ୭୬୦ଟି ବିଶ୍ୱବିଦ୍ୟାଳୟ ଥିଲା। ଆଜି ସାରା ଭାରତରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୨୮୯ରେ ପହଂଚିଛି। ମାତ୍ର ୧୨ ବର୍ଷ ଭିତରେ ପାଖାପାଖି ୭୦ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୩ରେ ଉଚ୍ଚଶିକ୍ଷା ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ଥିଲା, ଆଜିର ଦିନରେ ତାହା ସାଢ଼େ ଚାରି କୋଟିରେ ପହଁଚିଛି। ମେଡିକାଲ କଲେଜରେ ବି ସମାନସ୍ଥିତି ରହିଛି। ୨୦୧୪ ପୂର୍ବରୁ ଏହି ସଂଖ୍ୟା ମାତ୍ର ୩୮୭ ଥିଲାବେଳେ ଏବେ ମେଡିକାଲ କଲେଜ ସଂଖ୍ୟା ଦେଶରେ ୮୪୬ ହୋଇଛି। ୨୦୧୪ ପୂର୍ବରୁ ଏମ୍‌ବିବିଏସ ସିଟ୍ ସଂଖ୍ୟା ୫୧,୩୪୮ ଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପଲିସି ଏବଂ ଉନ୍ନୟନମୂଳକ କାମ ଯୋଗୁ ମେଡିକାଲ ସିଟ୍ ସଂଖ୍ୟା ୧,୩୯,୮୬୪କୁ ବୃଦ୍ଧି ପାଇଛି। ୨୦୧୪ ପୂର୍ବରୁ ଦେଶରେ ମୋଟ ୩୮,୦୦୦ ଡିଗ୍ରୀ କଲେଜ ଥିଲାବେଳେ ଆଜି ସେହି ସଂଖ୍ୟା ୪୮,୦୦୦ ରୁ ଅଧିକ ହୋଇଛି। ୨୦୧୩ ମସିହାରେ ଦେଶରେ ୧୬ଟି ଆଇଆଇଟି ଥିଲାବେଳେ ମାତ୍ର ୧୨ ବର୍ଷରେ ତାହା ବୃଦ୍ଧି ପାଇ ୨୩ରେ ପହଂଚିଛି। ପୂର୍ବରୁ ଆଇଆଇଟି ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୬୫,୦୦୦ ଥିଲାବେଳେ ବର୍ତମାନ ତାହା ବୃଦ୍ଧି ପାଇ ୧,୩୫,୦୦୦ ହୋଇଛି। ୨୦୧୪ ପୂର୍ବରୁ ଦେଶରେ ଆଇଆଇଏମ୍ ସଂଖ୍ୟା ଥିଲା ୧୩ ଯାହା ଏବେ ୨୧ ହୋଇଛି । ସେହିଭଳି ୨୦୧୪ ପୂର୍ବରୁ ଦେଶରେ ଏମ୍ସ ସଂଖ୍ୟା ଥିଲା ୭ ଯାହା ଏବେ ବୃଦ୍ଧି ପାଇ ୨୦ରେ ପହଂଚିଛି। ମାତ୍ର ୧୨ ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷା ଅନୁଷ୍ଠାନ, ମେଡିକାଲ ସିଟ୍ ସଂଖ୍ୟା, ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ସଂଖା ସବୁଥିରେ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରମାଣିତ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶର ଯୁବବର୍ଗ ଛାତ୍ରଛାତ୍ରୀ, ଜେନଜିଙ୍କ ଭବିଷ୍ୟତ ପାଇଁ ପ୍ରତିବଦ୍ଧ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି। ୨୦୧୪ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶର ମାତ୍ର ୧୧ଟି ଶିକ୍ଷାନୁଷ୍ଠାନ ଆସୁଥିଲା, ଯାହା ଆଜିର ଦିନରେ ବୃଦ୍ଧି ପାଇ ୫୬ଟି ପ୍ରତିଷ୍ଠାନକୁ ମିଳିଛି। ଏହା ଦର୍ଶାଉଛି ଯେ, ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ୧୨ ବର୍ଷରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଭାରତବର୍ଷର ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଯେଉଁ ବିରୋଧୀ ଦଳମାନେ ଆଜି ପ୍ରଶ୍ନ କରୁଛନ୍ତି ଯେ, ଦେଶର ଶିକ୍ଷା କ୍ଷେତ୍ରରେ କ’ଣ ପରିବର୍ତନ ଆସିଛି ସେମାନେ ଏହି ପରିସଂଖ୍ୟାନ ଦେଖିଲା ପରେ ହୁଏତ ଉତର ପାଇଯିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ସମୟରେ ଆରମ୍ଭ ହୋଇଥିବା କେଜିରୁ ପିଜି ମାଗଣା ଶିକ୍ଷାଦାନ ଯୋଜନା ଏକ ଐତିହାସିକ ଯୋଜନା। ସେହିଭଳି ୧୪ଟି ବିଶ୍ୱବିଦ୍ୟାଳୟରେ କୂଳପତି ନିଯୁକ୍ତି, ଉଚ୍ଚ ଶିକ୍ଷାରେ ଅଧ୍ୟାପକ ନିଯୁକ୍ତି, ପିଏମ୍ ଉଷା ଏବଂ ରାଜ୍ୟ ସରକାରଙ୍କ ଯୋଜନାରେ ରାଜ୍ୟର ବିଶ୍ୱ ବିଦ୍ୟାଳୟମାନଙ୍କୁ ୬୭୭ କୋଟି ଟଙ୍କାର ଆର୍ଥକ ଅନୁଦାନ, ଜ୍ଞାନଦୋୟ ଯୋଜନାରେ ୫ ବର୍ଷ ପାଇଁ ୫୪୦୩ କୋଟିର ବ୍ୟୟ ବରାଦ ପ୍ରଥମ ଥର ପାଇଁ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସସିଆଲ ନେଟୱାର୍କର ସହଭାଗିତାରେ ଫିନଟେକ୍ ଶିକ୍ଷାର ପ୍ରଚଳନ ଭଳି ଯୁଗାନ୍ତକାରୀ ନିଷ୍ପତି ବିଜେପି ସରକାର ନେଇଛି, ଯାହା ଆଗାମୀ ଦିନରେ ଓଡ଼ିଶାର ଉଚ୍ଚ ଶିକ୍ଷାକୁ ଆହୁରି ସମୃଦ୍ଧ କରିବ। ଓଡ଼ିଶାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଇକୋସିଷ୍ଟମର ବିକାଶ, ସେମିକଣ୍ଡକ୍ଟର ଇକୋସିଷ୍ଟମର ପ୍ରତିଷ୍ଠା, ଓଡ଼ିଶାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ନେଇ ସରକାରୀ କଲେଜମାନଙ୍କରେ ଶିକ୍ଷା ବ୍ୟବସ୍ଥାରେ ଏଆଇ, ସ୍ମାର୍ଟ ଏଜୁକେଶନକୁ ପ୍ରଚଳନ କରିବା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି।

ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀମତୀ ସୁଜାତା ପାଢ଼ୀ କହିଛନ୍ତି ଯେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସରକାର ସବୁବେଳେ ଭବିଷ୍ୟତକୁ ଆଖି ଆଗରେ ରଖି ଶିକ୍ଷା ବ୍ୟବସ୍ଥା ନିର୍ମାଣ କରୁଛନ୍ତି। ଜାତୀୟ ଶିକ୍ଷା ନୀତିକୁ ସଠିକ ଢଙ୍ଗରେ ଲାଗୁ କରିବା ସହ ଉଚ୍ଚ ଶିକ୍ଷାରେ ପାରମ୍ପରିକ ଶିକ୍ଷାରୁ ଆଗକୁ ବଢି ବୈଷୟିକ ଶିକ୍ଷା ମଧ୍ୟ କିପରି ସମସ୍ତଙ୍କୁ ମିଳୁ ସେନେଇ ଚିନ୍ତା କରୁଛନ୍ତି। ବିଜେପି ସରକାର ଅମଳରେ ସିନେଟ୍ ବ୍ୟବସ୍ଥା, ବିିଭିନ୍ନ ଜିଲ୍ଲାରେ ଗ୍ରୀନଫିଲ୍ଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ବିଶ୍ୱ ବିଦ୍ୟାଳୟର ବିକେନ୍ଦ୍ରିକରଣ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ଶିକ୍ଷା, ଭିତିଭୂମି ଓ ଆଧୁନିକକରଣ ପାଇଁଁ ସରକାରୀ ଅନୁଦାନକୁ ୫୦ କୋଟି ଏବଂ ଲାବୋରେଟୋରୀ ଗ୍ରାଂଟ ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସ୍ମାଟ୍ କ୍ଲାସ ରୁମ୍‌, ଡିଜିଟାଲ ଶିକ୍ଷା, ଗବେଷଣା, ଉଦ୍ଭାବନ, ରିସର୍ଚ୍ଚ ଫେଲୋସିପ୍‌, ସେମିକଣ୍ଡକ୍ଟର, ଭବିଷ୍ୟତ ଟେକ୍ନୋଲୋଜି ଓ ରିସର୍ଚ ଆଦିକୁ ଗୁରୁତ୍ୱ ଦିଆଯାଉଛି। ପୂର୍ବରୁ ଗ୍ରାମାଚଂଳ ଓ ସହରାଂଚଳରେ ଛାତ୍ରୀ ନିବାସ ଅଭାବରୁ ଅନେକ ମେଧାବୀ ଛାତ୍ରୀ ମେଧାବୃତି ପାଇବାରୁ ବଂଚିତ ହେଉଥିଲେ। ମାତ୍ର ବିଜେପି ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଇ-ମେଧାବୃତି, ଗୋପବନ୍ଧୁ ଶିକ୍ଷା ସହାୟତା, ବ୍ୟାସକବି ଫକୀର ମୋହନ ମେଧାବୃତି ଭଳି ଯୋଜନା କରିଛି। ଯୁକ୍ତ ୨ ପରେ ମେଧାବୃତି ଛାତ୍ରଛାତ୍ରୀଙ୍କ ପାଇଁ ଗୋଦାବରିଶ ପ୍ରୋତ୍ସାହନ ଯୋଜନାରେ ଲ୍ୟାପଟପ୍ ପାଇଁ ସହାୟତା ଦିଆଯାଉଛି। ମହିଳା ଓ ଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ଦୃଷ୍ଟିରୁ ଗ୍ରାମାଂଚଳ ଓ ସହରାଚଂଳରେ ଛାତ୍ରୀ ନିବାସ ନିର୍ମାଣ, ମେଧାବୀ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ଉଚ୍ଚ ଶିକ୍ଷା, ମେଧାବୃତି, ପ୍ରଶାସନିକ ସେବା ପାଇଁ କୋଚିଂ ଭଳି ପଦକ୍ଷେପ ନିଆଯାଉଛି। କେବଳ ଡିଗ୍ରୀ ପ୍ରଦାନ ନୁହେଁ ବରଂ ଶିକ୍ଷା ସହ ଦକ୍ଷତା, ଗବେଷଣା ଓ ନିଯୁକ୍ତି ସୁଯୋଗକୁ ଯୋଡି ଓଡ଼ିଶାର ଯୁବପିଢ଼ୀ ପାଇଁ ଭବିଷ୍ୟତ ନିଶ୍ଚିନ୍ତ କରାଯାଉଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking