29.1 C
Bhubaneswar
Saturday, July 27, 2024
Homeଓଡିଶା୧୬ ପ୍ରସ୍ତାବରେ କ୍ୟାବିନେଟ ମୋହର

୧୬ ପ୍ରସ୍ତାବରେ କ୍ୟାବିନେଟ ମୋହର

ଭୁବନେଶ୍ୱର: କୃଷି ଓ କୃଷକ ଶସକ୍ତକରଣ ପାଇଁ କାର୍ଯ୍ୟକାରୀ ହୋଇଥିବା କାଳିଆ ଯୋଜନାର ଅବଧି ଆଉ ତିନି ବର୍ଷ ବୃଦ୍ଧି ହୋଇଛି । ରାଜ୍ୟ ରାଜକୋଷରୁ ଏଥିପାଇଁ ୬୦୨୯.୭୦ କୋଟି ଟଙ୍କାର ବ୍ୟୟ ହେବ । ଏନେଇ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ସରକାର ଏମିତି ଗୋଟିଏ ପରେ ବଡ଼ ନିଷ୍ପତ୍ତି ନେଇ ଚାଲି ଚାଲିଛନ୍ତି । ଗୁରୁବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବ ଆଗତ କରାଯାଇ ପାରିତ ହୋଇଛି ।

ବୈଠକ ଶେଷରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର କାଳିଆ ଯୋଜନା ୨୦୧୮-୧୯ ମସିହାରେ କାର୍ଯ୍ୟକାରୀ ହୋଇଆସୁଛି । ଆମ ରାଜ୍ୟରେ ଅଧିକାଂଶ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ ଓ ଏହି ଯୋଜନା କୃଷି ବିକାଶକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର କୃଷି ସମୃଦ୍ଧିରେ ବିଶେଷ ସହାୟକ ହୋଇପାରିବା ସହ ଭୂମିହୀନ କୃଷି ପରିବାରର ଦ୍ରାରିଦ୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି ।

ଏତଦ୍ ବ୍ୟତୀତ କାଳିଆ ହିତାଧୀକାରୀଙ୍କ ପିଲାମାନଙ୍କ ଶିକ୍ଷାର ପ୍ରଗତି ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବୃଭିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କର ମେଧାବୀ ଛାତ୍ର,ଛାତ୍ରୀମାନେ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ ହେବେ । ଚାଷୀ ପରିବାରର ଭବିଷ୍ୟତ ସେମାନଙ୍କ ପିଲାମାନଙ୍କର ବିକାଶ ଉପରେ ନିର୍ଭର କରୁଥିବାରୁ କାଳିଆ ଛାତ୍ରବୃତ୍ତି ସେମାନଙ୍କ ପରିବାରର ସାମାଜିକ ଓ ଆର୍ôଥକ ପ୍ରଗତିରେ ସହାୟକ ହେବ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, କାଳିଆ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ତଥା କୃଷକଙ୍କୁ ଆର୍ôଥକ ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ôଥକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବା ପାଇଁ, ରାଜ୍ୟ କ୍ୟାବିନେଟ ତିନି ବର୍ଷଅର୍ଥାତ ୨୦୨୪-୨୫ରୁ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୬୦୨୯.୭୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ସମସ୍ତ କାଳିଆ ହିତାଧୂକାରୀ କୃଷକ ପରିବାର ଉପକୃତ ହେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର କାଳିଆ ଯୋଜନା ୨୦୧୮ରେ କାର୍ଯ୍ୟକାରୀ ହୋଇଆସୁଛି । ଆମ ରାଜ୍ୟରେ ଅଧିକାଂଶ ଜୀବିକା ନିର୍ବାହ ପାଇଁ କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରଶୀଳ ଓ ଏହି ଯୋଜନା କୃଷି ବିକାଶକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର କୃଷି ସମୃଦ୍ଧିରେ ବିଶେଷ ସହାୟକ ହୋଇପାରିବା ସହ ଭୂମିହୀନ କୃଷି ପରିବାରର ଦ୍ରାରିଦ୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି । ପୂର୍ବରୁ ଖରିଫ ଋତୁ ପାଇଁ ୧ ଅପ୍ରେଲ ଓ ପରବର୍ତ୍ତୀ ସମୟ ତଥା ରବି ଋତୁ ପାଇଁ ୧ ସେପ୍େଟମ୍ବର ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ସହାୟତା ପ୍ରଦାନ କରାଯାଉଥିଲା ।

ମନ୍ତ୍ରୀ ପୁଣି କହିଛନ୍ତି ଯେ, ଅଧୁନା ରାଜ୍ୟରେ କୃଷକମାନଙ୍କର ସୁବିଧା ଓ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ କୃଷି ଉତ୍ପାଦଗୁଡିକର ସହଜ ଲବ୍ଧ ଓ କ୍ରୟ ନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର “କାଳିଆ” ସହାୟତା ପୂର୍ବ ପ୍ରକାଶିତ ସମୟ ବ୍ୟତୀତ ଯେକୌଣସି ସମୟରେ ଦେଇପାରିବେ । ଏହି ସମୟରେ ଭୂମିହୀନ କୃଷି ପରିବାରଙ୍କୁ ମଧ୍‌ଯ ସେମାନଙ୍କ ପ୍ରାପ୍ୟ ଆର୍ôଥକ ସହାୟତା ମଧ୍‌ଯ ପ୍ରଦାନ କରାଯାଇପାରିବ । ଉକ୍ତ କ୍ୟାବିନେଟ ବୈଠକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଭିତରେ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ. କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking