32.1 C
Bhubaneswar
Saturday, October 10, 2026
Homeଓଡିଶାୟୁ.କେ. ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା

ୟୁ.କେ. ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା

ରାଜନଗର: ୟୁ କେ ମହାବୀର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା। କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ବିଜୁ ଛାତ୍ର ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ଅନ୍ୟ ଏକ ଦଳର ସମର୍ଥକମାନେ ମାଡ଼ ମାରି ଉଠାଇନେଇଥିବା ଅଭିଯୋଗ  କରି ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।ପୁଲିସ ଗାଡ଼ି ଅଟକାଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ପ୍ରବଳ ଉତ୍ତେଜନା କାରଣରୁ ତିନୋଟି ଥାନାର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ରାଜନଗର-କଟକ ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ଅନେକ ଗୁଡ଼ିଏ ଗାଡ଼ି ଅଟକି ରହିଛି। ମାଡ଼ ମାରିଥିବା ଅଣ ଛାତ୍ରମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking