କେନ୍ଦ୍ରାପଡ଼ା: ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ। ମୃତକ ହେଉଛନ୍ତି ମାଳପାଟଣା ଗ୍ରାମର ନିରଞ୍ଜନ ସାହୁ।ନିରଞ୍ଜନ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ ଓ ପିଲାଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ା କରି ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଶୋଇ ପଡ଼ିବା ପରେ ସ୍ତ୍ରୀ ମନୋରମା ତାଙ୍କ ତଣ୍ଟି ଉପରେ ଚଢ଼ି ତାଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ମନୋରମାଙ୍କ ପୁଅ ଓ ନାବାଳିକା ଝିଅ ସହଯୋଗ କରିଥିବା ନେଇ ମନୋରମା ସ୍ବୀକାର କରିଛନ୍ତି। ସ୍ବାମୀଙ୍କୁ ହତ୍ୟା କରି ମୃତଦେହକୁ ଘର ବାହାରେ ଶୋଇ ଦେଇଥିଲେ।
ଆଜି ସକାଳେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପଡ଼ୋଶୀ ଆଳି ପୋଲିସକୁ ଖବର ଦେଇଥିଲେ। ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ର ସହାୟତାରେ ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ନିରଞ୍ଜନଙ୍କ ସ୍ତ୍ରୀ ଓ ପୁଅ ଝିଅଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।










