28.1 C
Bhubaneswar
Wednesday, October 7, 2026
Homeଓଡିଶାନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ଦ୍ୱାରା ପୋଲିସ ଅଧିକାରୀମାନଙ୍କ ସହଯୋଗରେ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଚାଲୁ ରହିଛି । ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କ ଦ୍ୱାରା ସମଗ୍ର ରାଜ୍ୟର ବିଭିନ୍ନ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବ୍ୟାପକ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ଆଲ୍ପ୍ରାଜୋଲାମ୍ (Alprazolam), ନାଇଟ୍ରାଜେପାମ୍ (Nitrazepam), ପେଣ୍ଟାଜୋସିନ୍ (Pentazocine), ଟ୍ରାମାଡୋଲ୍ (Tramadol) ଇତ୍ୟାଦି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସକ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଛି। ଏଥିମଧ୍ୟରୁ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ, ୧୯୪୦ ଏବଂ ଏହା ଅଧୀନରେ ପ୍ରଣୀତ ନିୟମାବଳୀର ଉଲ୍ଲଂଘନ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ାଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୯,୭୦,୦୦୦ ଟଙ୍କା ଅଟେ । ସେହିପରି, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧,୯୨,୦୦୦ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking