33.1 C
Bhubaneswar
Saturday, October 3, 2026
HomeଓଡିଶାIRCTC ହୋଟେଲ ମାମଲା: କୋର୍ଟରେ ଲାଲୁ, ରାବଡ଼ୀ ଓ ତେଜସ୍ୱୀ

IRCTC ହୋଟେଲ ମାମଲା: କୋର୍ଟରେ ଲାଲୁ, ରାବଡ଼ୀ ଓ ତେଜସ୍ୱୀ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଆଜି ହାଜର ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ ଏବଂ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ। ବହୁଚର୍ଚ୍ଚିତ IRCTC ହୋଟେଲ ଟେଣ୍ଡର ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଶୁଣାଣି ପାଇଁ ସେମାନେ କୋର୍ଟରେ ପହଞ୍ଚିଥିଲେ। ଏହି ମାମଲାରେ ଲାଲୁ ପରିବାର ସମେତ ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଚାର୍ଜ ଫ୍ରେମ୍ କରିବାକୁ କୋର୍ଟ ଆଦେଶ ଦେଇସାରିଛନ୍ତି।

ତେବେ ଆଜି ଅଭିଯୁକ୍ତମାନଙ୍କ ବିରୋଧରେ ଔପଚାରିକ ଭାବେ ଚାର୍ଜ ପଢ଼ି ଶୁଣାଇବାର ପ୍ରକ୍ରିୟା ଆଗକୁ ବଢ଼ିନାହିଁ। ରାଉଜ ଏଭିନ୍ୟୁ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରିଛନ୍ତି। ଲାଲୁ ଯାଦବଙ୍କ ସମେତ ଅଭିଯୁକ୍ତମାନେ କୋର୍ଟର ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ତେଜସ୍ୱୀ ଯାଦବ କହିଥିବା ରିପୋର୍ଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking