ଭୁବନେଶ୍ୱର : ମାଡି ଆସୁଛି ଅକବାନ। ବାତ୍ୟା ଓଡିଶା ମୁହାଁ ନେଇ ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟ। ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ବିଶେଷ କରି କଳିଙ୍ଗପଟନମ୍ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ। ୧୯ ଓ ୨୦ରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦିନ ଦର୍ଶନ ବନ୍ଦ। ଅତ୍ୟଧିକ ବର୍ଷା ଆଶଙ୍କାରେ ୧୯ରୁ ୨୧ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ନିକଟସ୍ଥ ଶରଧାବାଲିରେ ମଧ୍ୟ ପ୍ରବେଶ ବନ୍ଦ ରଖାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।










