33.1 C
Bhubaneswar
Tuesday, October 6, 2026
Homeଓଡିଶାନୂଆ ଅବତାରରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ

ନୂଆ ଅବତାରରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର: ପୁରୁଣା ରୂପକୁ ପଛରେ ପକାଇ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ରୂପରେ ନୂଆ ଅବତାରରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦଘାଟନ କରିଛନ୍ତି ।  କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାର ପରିକଳ୍ପନା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କରିବାକୁ ଯୋଜନା ରହିଛି ଏବଂ ଏନେଇ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି । ଚଳଚ୍ଚିତ୍ର ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ଆକର୍ଷଣୀୟ ନିର୍ମାଣ କରାଯାଇଛି । କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ-ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମର ସୁଟିଂ ସେଟ ପ୍ରସ୍ତୁତ କରାଯାଇଛି ।  ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ସୁଟିଂର ସୁବିଧା ବଢ଼ିବା ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଏଣିକି କଳିଙ୍ଗ ଷ୍ଟୁଡିଓ କେବଳ ସିନେମା ନିର୍ମାଣର ଷ୍ଟୁଡିଓ ହୋଇ ରହିବ ନାହିଁ । ଏହା ନିଯୁକ୍ତି, ଆତ୍ମନିଯୁକ୍ତି, ପର୍ଯ୍ୟଟନ ଏବଂ ଓଡ଼ିଶାର ‘କ୍ରିଏଟିଭ୍ ଇକୋନୋମି ର ଏକ ନୂଆ ଇଞ୍ଜିନ୍ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking