33.1 C
Bhubaneswar
Saturday, October 3, 2026
Homeଓଡିଶାବ୍ୟାଟେରୀ ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ମାଡ

ବ୍ୟାଟେରୀ ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ମାଡ

ମୟୂରଭଞ୍ଜ: ବ୍ୟାଟେରୀ ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ମାଡ। ରାସ୍ତା ଉପରେ ଚାପୁଡା, ତଣ୍ଟିଆ ମାରିଲେ ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳମୁଣ୍ଡଳୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ୧୧ ବର୍ଷର ଦୁଇ ନାବାଳକଙ୍କୁ ଗାଁର ଜଣେ ବ୍ୟକ୍ତି ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ନାବାଳକ ଏକ ବ୍ୟାଟେରୀ ଖେଳିବା ପାଇଁ ଆଣିଥିଲେ। ହେଲେ ବ୍ୟକ୍ତି ଜଣକ ତାଙ୍କ ଜଳଖିଆ ଦୋକାନରୁ ଏହି ଦୁଇ ନାବାଳକ ଖାଇବାକୁ ଯାଇ ବ୍ୟାଟେରୀ ଚୋରି କରି ଆଣିଥିବା କହିଥିଲେ। ଯାହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ନାବାଳକଙ୍କ ପରିବାର ଲୋକଙ୍କୁ ଜଣାଇବା ପରିବର୍ତ୍ତେ ସେମାନଙ୍କୁ ରାସ୍ତାରେ ଅଟକାଇ ଥିଲେ।ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣା ବାବଦରେ ନାବାଳକମାନେ ଘରେ ଜଣାଇବା ପରେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ସମ୍ପୃକ୍ତ ବ୍ୟକ୍ତି କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking