ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏପଟେ ଆଜି ରହିଛି OSSTET ପରୀକ୍ଷା । ସକାଳୁ ସକାଳୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି ପରୀକ୍ଷାର୍ଥୀ ।ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଢ଼େଇ ଘଣ୍ଟା ଧରି ଚାଲିବ ପରୀକ୍ଷା । ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ସହ ସୁରକ୍ଷିତ ଭାବେ ପରୀକ୍ଷା ପରିଚାଳନା ପାଇଁ ନିଆଯାଇଛି ପଦକ୍ଷେପ ।










