31.1 C
Bhubaneswar
Monday, September 28, 2026
Homeଓଡିଶାବାଲେଶ୍ୱରରେ ନବବିବାହିତାଙ୍କ ରହସ୍ୟଜନକ ମୃତ୍ୟୁ

ବାଲେଶ୍ୱରରେ ନବବିବାହିତାଙ୍କ ରହସ୍ୟଜନକ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱରରେ ନବବିବାହିତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନବାଡ଼ ଗାଁରେ ଘଟିଛି ଏଭଳି ଘଟଣା । ଘାସମରା ବିଷ ଦେଇ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ନେଇ ଆସିଛି ସଙ୍ଗିନ ଅଭିଯୋଗ । ଘଟଣା ପରେ ଅମ୍ବିକାଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା ।ଗତ ମଙ୍ଗଳବାର ଶ୍ୱଶୁରଘରେ ଅମ୍ବିକା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ନିଆଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶେଷରେ ପୀଡିତାଙ୍କର ମୃତ୍ୟୁ ହୋଇଥିଲା ।ମୃତ ଯୁବତୀ ହେଲେ ପୁରୁଣା ବାଲେଶ୍ୱର ଅଞ୍ଚଳର ଅମ୍ବିକା ସ୍ୱାଇଁ । ଅମ୍ବିକାଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ବଧୂହତ୍ୟା ଅଭିଯୋଗ ହୋଇଛି । ଘଟଣାରେ ତାଙ୍କ ସ୍ୱାମୀ ଓମ୍ ପ୍ରକାଶ ସ୍ୱାଇଁଙ୍କୁ ଶିଳ୍ପାଞ୍ଚଳ ଥାନାରେ ଅଟକ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking