29.1 C
Bhubaneswar
Saturday, September 19, 2026
Homeଓଡିଶାଅପରେସନ୍‌ ଅନ୍ୱେଷଣରେ ୬ ଶିଶୁ ଉଦ୍ଧାର

ଅପରେସନ୍‌ ଅନ୍ୱେଷଣରେ ୬ ଶିଶୁ ଉଦ୍ଧାର

ଭୁବନେଶ୍ୱର: ଅପରେସନ୍‌ ଅନ୍ୱେଷଣରେ ବିଭିନ୍ନ ରାଜ୍ୟରୁ ଉଦ୍ଧାର ହୋଇଛନ୍ତି ଯାଜପୁର ଜିଲ୍ଲାର ୬ ଜଣ ଶିଶୁ । ଉଦ୍ଧାର ଶିଶୁଙ୍କ ମଧ୍ୟରେ ୩ ନାବାଳକ ଓ ୩ ନାବାଳିକା ଅଛନ୍ତି । ସେମାନଙ୍କୁ ପଶ୍ଚିମବଙ୍ଗ, ତେଲଙ୍ଗାନା, ଛତିଶଗଡ଼ ଓ ତାମିଲନାଡୁରୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଶିଶୁ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ ।ଗତ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ମଧ୍ୟରେ ଅନୁଷ୍ଠିତ ଅପରେସନ୍‌ ଅନ୍ୱେଷଣ ମାଧ୍ୟମରେ ସାରା ରାଜ୍ୟରୁ ୧୦୧ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ଯାଜପୁର ଜିଲ୍ଲାର ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁମାନଙ୍କୁ ଶିଶୁ ଯତ୍ନ ଗୃହରେ ରଖାଯାଇଛି । ସେମାନଙ୍କର ପ୍ରାଥମିକ ତଦନ୍ତ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking