ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଦୁର୍ଗାପୂଜା । ୧୭ ତାରିଖରେ ଷଷ୍ଠୀ ଆରମ୍ଭ ହୋଇ ୨୨ ତାରିଖରେ ଭସାଣୀ ଶୋଭାଯାତ୍ରା ହେବ । ୫ ଦିନ ପର୍ଯ୍ୟନ୍ତ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୧୨ଟା ପରେ ପାରମ୍ପରିକ ବାଜା ପାଇଁ ଅନୁମତି ଦେବାକୁ ପ୍ରଶାସନକୁ ଅନୁରୋଧ । ବିଭିନ୍ନ ପୂଜା କମିଟି ଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟାନ୍ୟ ବାବଦ ଅନୁମତି ସିଙ୍ଗଲ ୱିଣ୍ଡୋ ସିଷ୍ଟମ କରାଯାଉ ।ଚଳିତ ବର୍ଷ ୟୁଜର୍ସ ଫି ଏବଂ ଅନ୍ୟାନ୍ୟ ବାବଦ ଗ୍ରାଉଣ୍ଡ ରେଣ୍ଟ ନେବ ନାହିଁ ସିଏମସି । ସ୍ୱଚ୍ଛତା ମଣ୍ଡପକୁ ପୁରସ୍କାର ଦେବ ସିଏମସି । ପ୍ରତି ପୂଜା ମଣ୍ଡପରୁ ୧୦ ଜଣ ଭଲ୍ୟୁଣ୍ଟରକୁ ମିଳିବ ପୋଲିସ ଲୋଗ ଥିବା ଟି-ସାର୍ଟ । ରାସ୍ତାଘାଟ ମରାମତି ସହ ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି ହୋଇଛି । କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ରାଜନୈତିକ ଦଳର ନେତା, ସମସ୍ତ ପ୍ରଶାସନିକ ଅଧିକାରୀ ସହ ପୂଜା କମିଟି ଶାନ୍ତି କମିଟି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।










