ସୁନ୍ଦରଗଡ: ସୁନ୍ଦରଗଡରେ ଗତକାଲି ସନ୍ଧ୍ୟାରୁ ଲାଗି ରହିଛି ଲଗାଣ ବର୍ଷା । ପାଣିପାଗ ବିଭାଗ ପୁଣି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଆଦେଶକ୍ରମେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା ଏହି ସୂଚନା ଜାରି କରିଛନ୍ତି ।










