ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୬ର ୩ଟି ବିଷୟର ପରୀକ୍ଷା ରଦ୍ଦ ପ୍ରସଙ୍ଗ । ଆସିଲା ସାନି ପରୀକ୍ଷା ତାରିଖ । ଇଂରାଜୀ, କମର୍ସ, ସୋସିଓଲୋଜି ପରୀକ୍ଷା ରଦ୍ଦ ହୋଇଥିବା ବେଳେ, ସେପ୍ଟେମ୍ୱର ୯ ଓ ୧୦ରେ ହେବ ଏହି ୩ ବିଷୟ ପରୀକ୍ଷା । ସେପ୍ଟେମ୍ବର ୯ରେ ଇଂରାଜୀ ଓ କମର୍ସର ପୁନଃ ପରୀକ୍ଷା ହେବ । ସକାଳ ୯ରୁ ଦିନ ୧୨ଟା ଯାଏଁ ଇଂରାଜୀ ପରୀକ୍ଷା ଏବଂ ଦିନ ୩ଟାରୁ ସଂଧ୍ୟା ୬ଟା ଯାଏଁ କମର୍ସ ପରୀକ୍ଷା । ସେପ୍ଟେମ୍ବର ୧୦ ସକାଳ ୯ରୁ ଦିନ ୧୨ଟା ଯାଏଁ ସୋସିଓଲୋଜି ପରୀକ୍ଷା ହେବ । ପ୍ରଶ୍ନପତ୍ରରେ ତ୍ରୁଟିକୁ ଦୃଷ୍ଟିରେ ରଖି ୩ ବିଷୟରେ ପରୀକ୍ଷା ରଦ୍ଦ ନିଷ୍ପତ୍ତି ହୋଇଛି ।ଜୁନ ୨୨ରୁ ୩୦ ଭିତରେ ୮୭ଟି ବିଷୟରେ ହୋଇଥିଲା ପରୀକ୍ଷା । ୩ଟି ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ସାମ୍ନାକୁ ଆସିଥିଲା । ଇଂରାଜୀ, କମର୍ସ, ସୋସିଓଲୋଜି ପରୀକ୍ଷାରେ ତଥ୍ୟ, ଟାଇପିଂ, ଅନୁବାଦ ଓ ବ୍ୟାକରଣଗତ ଗୁରୁତର ତ୍ରୁଟି ସାମ୍ନାକୁ ଆସିଥିଲା । ଅଭିଯୋଗ ପରେ ଗଠନ ହୋଇଥିଲା ସ୍ବତନ୍ତ୍ର କମିଟି । ସ୍ବତନ୍ତ୍ର କମିଟିର ସୁପାରିସ କ୍ରମେ ପରୀକ୍ଷା ରଦ୍ଦ ହୋଇ ସାନି ତାରିଖ ଜାରି ହୋଇଛି ।










