29.1 C
Bhubaneswar
Friday, August 14, 2026
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ।   ଦିଲ୍ଲୀ ବିମାନବନ୍ଦର, ଦିଲ୍ଲୀ ହାଇକୋର୍ଟ ଏବଂ ଲାଲକିଲ୍ଲା ସମେତ ଜାତୀୟ ରାଜଧାନୀର ଅନେକ ପ୍ରମୁଖ ପ୍ରତିଷ୍ଠାନକୁ  ବୋମାରେ ଉଡେଇ ଦେବାକୁ ଶୁକ୍ରବାର ଇମେଲ ଯୋଗେ ଧମକ ଆସିଥିବାର ସୂଚନା ମିଳିଛି । ଏନେଇ ଉକ୍ତ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଖବର ପାଇ ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଇମେଲରେ ଲେଖା ଥିଲା ଯେ, ଦିଲ୍ଲୀ ହାଇକୋର୍ଟରେ ଅପରାହ୍ନ ୨.୧୧ରେ ବୋମା ବିସ୍ଫୋରଣ ହେବ । ଏବଂ ଅଗଷ୍ଟ ୧୫ରେ ମଧ୍ୟ ବୋମା ବିସ୍ଫୋରଣ ହେବ । ଏଥିସହ ଦିଲ୍ଲୀକୁ ଖଲିସ୍ତାନର ଏକ ଅଂଶ କରିବାକୁ ଇମେଲରେ ଉଲ୍ଲେଖ କରାଯାଇଥିଲା । ତେବେ ବଡ କଥା ହେଉଛି ଦିନକ ପରେ ସ୍ୱାଧୀନତା ଦିବସ । ଏହାରି ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏଭଳି ଖବର ପ୍ରସାରିତ ହେବା ସ୍ଥାନୀୟ ଅଞ୍ଚରେ ଆତଙ୍କ ଖେଳାଇଦେଇଛି । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ସହ ବୋମା ଧମକ ସତ ନା ଗୁଜବ ତାହାର ତଦନ୍ତ ଆରମ୍ଭ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking