ରାଉରକେଲା: ଚକ୍ରଧରପୁର ରେଳ ମଣ୍ଡଳ ଅଧୀନସ୍ଥ ରାଉରକେଲା ରେଳ ଷ୍ଟେସନରେ ଆଜି ସକାଳ ୯ଟା ବେଳେ ଏକ ବଡ ଦୁର୍ଘଟଣା ଘଟିଛି । ଷ୍ଟେସନରେ ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଦୁଇ ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ ହଠାତ ଭୁଶୁଡି ପଡିଛି । ସଡର ମଲବା ତଳେ ରହିଥିବା ଏକ କାର ଓ ଟେମ୍ପା ଉପରେ ପଡିବାରୁ ଉଭୟ ଯାନ କ୍ଷତିଗ୍ରସ୍ତ ହୋଇଛି । ଯାତ୍ରୀ ଓ ଯାନ ଚାଳକମାନଙ୍କୁ ଖରା ଏବଂ ବର୍ଷା ରୁ ସୁରକ୍ଷା ଦେବା ପାଇଁ ଏହି ସେଡ ନିର୍ମାଣ କରାଯାଇଥିଲା । ମାତ୍ର ଏହି ନିର୍ମାଣର ମାତ୍ର ତିନି ମାସ ମଧ୍ୟରେ ଏହା ଭୁଶୁଡି ପଡିବା ଘଟଣା ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ସମୟରେ ସେଡ ତଳେ କିଛି ଯାତ୍ରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ହଠାତ ସେ ସେଡ ଭୁଶୁଡି ପଡିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଦୌଡି ପଳାଇ କୌଣସି ମତେ ଜୀବନ ବଞ୍ଚାଇଥିଲେ । ସୌଭାଗ୍ୟବଶତଃ ଏହି ଘଟଣାରେ ଦମ୍ପତି ଆହତ ହୋଇଥିବା ସୂଚନା ମିଳିଛି ।










