33.8 C
Bhubaneswar
Tuesday, August 4, 2026
Homeଓଡିଶାଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ସଞ୍ଜୟ ଦାସବର୍ମା

ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ।ଗସ୍ତ ସମୟରେ ଶ୍ରୀ ଦାସବର୍ମା ଭଦ୍ରକ ଜିଲ୍ଲାର ଭଦ୍ରକ, ଧାମନଗର ଏବଂ ତିହିଡ଼ି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ସେ ବନ୍ୟା ପରିସ୍ଥିତିର ସ୍ଥଳ ପରିଦର୍ଶନ କରିବା ସହିତ ବନ୍ୟା ପୀଡ଼ିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା, କ୍ଷୟକ୍ଷତିର ପରିମାଣ ଏବଂ ରିଲିଫ୍ ଓ ପୁନର୍ବାସ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଗସ୍ତ ପରେ ଶ୍ରୀ ଦାସବର୍ମା ୦୪ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ୧:୦୦ ଘଟିକାରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକସ୍ଥିତ ହସନାବାଦ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking