33.8 C
Bhubaneswar
Tuesday, August 4, 2026
Homeଦେଶ ବିଦେଶସଂସଦ ଲାଇବ୍ରେରୀ ବିଲ୍ଡିଂରେ ଏନ୍‌ଡିଏ ବୈଠକ: ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ସଂସଦ ଲାଇବ୍ରେରୀ ବିଲ୍ଡିଂରେ ଏନ୍‌ଡିଏ ବୈଠକ: ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ମଧ୍ୟରେ ଏନ୍‌ଡିଏର ବଡ଼ ବୈଠକ । ସଂସଦ ଲାଇବ୍ରେରୀ ବିଲ୍ଡିଂରେ ବସିଲା ଏନ୍‌ଡିଏ ସଂସଦୀୟ ଦଳ ବୈଠକ । ବୈଠକରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମେଣ୍ଟର ବରିଷ୍ଠ ନେତାମାନେ । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ହୋଇଛି ଏନ୍‌ଡିଏ ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍‌ଡିଏର ବହୁ ବରିଷ୍ଠ ନେତା ଓ ସାଂସଦମାନେ ଉପସ୍ଥିତ ରହିଥିଲେ । ସଂସଦ ଅଧିବେଶନ ଚାଲିଥିବା ବେଳେ ଏହି ବୈଠକକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ବଢ଼ିଛି । ସଂସଦରେ ସରକାରଙ୍କ ରଣନୀତି, ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ଆଶା କରାଯାଉଛି । ବୈଠକରେ ଏନ୍‌ଡିଏର ସାଂସଦମାନଙ୍କୁ ଏକଜୁଟ ରହିବା ସହ ସଂସଦୀୟ କାର୍ଯ୍ୟରେ ସକ୍ରିୟ ଭାଗ ନେବା ନେଇ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକ ଏନ୍‌ଡିଏର ଆଗାମୀ ରାଜନୈତିକ ରଣନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking