32.2 C
Bhubaneswar
Monday, August 10, 2026
Homeଓଡିଶାଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ

ଲିଙ୍ଗରା ନାଳରେ ଭାସିଗଲେ ୨ କାଉଡ଼ିଆ

ଅନୁଗୋଳ : ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠୁଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡିଆ । ଘଟଣାରେ ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡିଆଙ୍କୁ ଉଦ୍ଧାର ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ । ଏହି ସମୟରେ ହଠାତ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥଇଲେ । ଘଟଣାସ୍ଥଳରେ ଥିବା ଲୋକ ଜେଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି । ନିଖୋଜ କାଉଡିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ ଜାରି ରହିଛି ନିଖୋଜ ଥିବା ବୋଲବମ ଭକ୍ତ ଅନୁଗୋଳ ବେନ୍ତପୁର ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking