ନୂଆଦିଲ୍ଲୀ: ଗାଡିର ବୀମା ନଥିଲେ ମିଳିବନି ପେଟ୍ରୋଲ ପମ୍ପରୁ ତେଲ । ରାସ୍ତାରେ ବିନା ଇନସୁରାନ୍ସର ଗାଡି ଚଳାଚଳକୁ ରୋକିବା ଲାଗି ଏଭଳି ପଦ କ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତରେ ପାଖାପାଖି ୫୬ ପ୍ରତିଶତ ଗାଡି ବିନା ଇନ୍ସୁରାନ୍ସରେ ଚଳାଚଳ କରୁଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ବୀମା ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଖଣ୍ଡପୀଠ କହିଛନ୍ତି, ଗାଡି ଗୁଡିକର ଇନ୍ଧନ ସହ ବୀମା ସ୍ଥିତିକୁ ଲିଙ୍କ କରିବା ଭଳି ବ୍ୟବସ୍ଥା ହେବା ଦରକାର । ଯାହାଦ୍ୱାରା ଇନ୍ଧନ ରୋକିବାକୁ ଯାଉଥିବା ଗାଡିଗୁଡିକର ବୈଧ ବୀମା ସ୍ଥିତି ଜାଣି ହେବ । ଯଦି ସମ୍ପୃକ୍ତ ଗାଡିର ବୈଧ ବୀମା ନଥିବ , ତେବେ ତାକୁ ଇନ୍ଧନ ଦିଆଯିବ ନାହିାଁ ଏହା ଦ୍ୱାରା ବୀମା କିମ୍ବା ପଞ୍ଜୀତ୍କତ ହୋଇନଥିବା ଗାଡିଗୁଡିକୁ ଚିହ୍ନଟ କରାଯାଇପାରିବ । ସେହିପରି ଗାଡି ମାଲିକ ମଧ୍ୟ ନିଜର ଗାଡିର ବୀମା କରିବାକୁ ବାଧ୍ୟ ହେବେ । ତେବେ ଏଥିପାଇଁ ବୀମା ନିୟନ୍ତ୍ରକ କର୍ତ୍ତୃପକ୍ଷ ଏବଂ ପରିବହନ ମନ୍ତ୍ରାଳୟ ମିଶି ଏକ ପାଇଲଟ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେହିପରି ଖଣ୍ଡପୀଠ ଗାଡିଗୁଡିକ ତୃତୀୟ ପକ୍ଷ ବୀମା ବା ଥାର୍ଡ ପାର୍ଟି ଇନ୍ସୁରାନ୍ସକୁ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ନୂଆ ପ୍ରାଇଭେଟ କାର ପାଇଁ ୪ ବର୍ଷ ଏବଂ ବାଇକ ପାଇଁ ୬ ବର୍ଷ କରିବାକୁ କହିଛନ୍ତି ଅଦାଲତ । ଏଥି ସହିତ ବିନା ବୀମାରେ ଗାଡି ଚଳାଉଥିବା ଚାଳକଙ୍କ ପାଇଁ କଠୋର ଜରିମାନା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।










