34.6 C
Bhubaneswar
Wednesday, August 5, 2026
Homeଓଡିଶାସୌମ୍ୟ ହତ୍ୟାକାଣ୍ଡ ମାମଲା: ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ସୌମ୍ୟ ହତ୍ୟାକାଣ୍ଡ ମାମଲା: ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର ।  ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା, ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୧୧ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପର୍ଯ୍ୟାପ୍ତ ପ୍ରମାଣ ପାଇବାରେ ସଫଳ ହୋଇଛି ।

ଅନ୍ୟପକ୍ଷରେ, ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଛି । ପୂର୍ବରୁ ସ୍ଥାନୀୟ ଥାନାରେ ଏହି ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା, ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏହି ୯ ଜଣଙ୍କ ନାମରେ ହୋଇଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ କୋର୍ଟରେ ସ୍ପଷ୍ଟ କରିଛି । ସୌମ୍ୟଙ୍କ ହତ୍ୟା ପରେ ଅଞ୍ଚଳରେ ଦେଖାଦେଇଥିବା ଜନ ଅସନ୍ତୋଷ ଏବଂ ପୋଲିସର ପ୍ରାଥମିକ ତଦନ୍ତକୁ ନେଇ ଉଠିଥିବା ପ୍ରଶ୍ନ ପରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଏହି ବିଶାଳ ଚାର୍ଜସିଟ୍ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ବିଚାର ପ୍ରକ୍ରିୟା କୋର୍ଟରେ ଆରମ୍ଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking