33.7 C
Bhubaneswar
Wednesday, August 5, 2026
Homeଓଡିଶାମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ

ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ଏସସି/ ଏସଟି କୋର୍ଟ । ସୂଚନାଥାଉକି, କିଛିଦିନ ତଳେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ତାହା ପୂର୍ବରୁ ମନୋଜଙ୍କୁ ତୁହାକୁ ତୁହା ଜେରା କରାଯାଇଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢୀ ବହି ଗୁଡିକର ତଥ୍ୟଗତ ବୈଜ୍ଞାନିକ , ଭୌଗୋଳିକ ଏବଂ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡିକୁ ସଠିକ ଭାବରେ ଯାଞ୍ଚ ନକରି ଜାଣି ଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ସରକାର ମନୋଜ ପାଢୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking