35.8 C
Bhubaneswar
Sunday, August 2, 2026
Homeଓଡିଶାପ୍ରେମିକାକୁ ମାରିଦେଲା ପ୍ରେମିକ, କାହିଁକି ଜାଣନ୍ତୁ...

ପ୍ରେମିକାକୁ ମାରିଦେଲା ପ୍ରେମିକ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ: ମୁଁ ତୁମକୁ ଭଲ ପାଉଛି , ତୁମ ସହ ସାରା ଜୀବନ ରହିବି । ତୁମ ଖୁସିରେ ମୋ ଖୁସି । ଏମିତି କେତେ ଆଶା ରଖିଥିଲେ ପ୍ରେମିକଙ୍କ ଉପରେ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ହତ୍ୟାରେ ଶେଷ ହୋଇଛି । ଇନ୍ଦୋରର ପଲକ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । କୌଣସି ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ପୁଲିସ ହାତରେ ଲାଗିଛି ପ୍ରମାଣ । ଏହି ହତ୍ୟା ଘଟଣାର ମୁଖ୍ୟ ଆସାମୀ ହେଉଛି ତାଙ୍କ ପୁରୁଷ ବନ୍ଧୁ ମୟଙ୍କ । ପୁଲିସ ତାଙ୍କୁ ହେପାଜତକୁ ନେଇଥିବାବେଳେ ପଚରଉଚରା କରୁଛି ।ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ପଲକ ମୟଙ୍କଙ୍କୁ ସୋସିଆଲ ମିଡିଆରୁ ପ୍ରଥମେ ଜାଣିଥିଲେ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ପ୍ରେମ ଶେଷରେ ନମ୍ବର ଦିଆନିଆ ହୋଇ ବିବାହ ଦିଗରେ ଆଗେଇଥିଲା । ବ୍ୟାଙ୍କରେ କାମ କରୁଥିବା ପଲକ ମୟଙ୍କଙ୍କୁ ମନେ ମନେ ନିଜର ଜୀବନସାଥୀ ମାନିଥିଲେ । ହେଲେ ମୟଙ୍କଙ୍କ ମନରେ ଚାଲିଥିଲା କିଛି ଅଲଗା । ମିଳାମିଶା ଏତେ ବଢ଼ି ଯାଇଥିଲା କି, ପଲକ ମୟଙ୍କଙ୍କୁ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ । ମୟଙ୍କ କିନ୍ତୁ ବିବାହ କରିବାକୁ କୌଣସି ଯୋଜନା ରଖିନଥିଲେ । ଯେଉଁ କାରଣରୁ ସେ ପଲଙ୍କଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଆଉ ସେ ତାଙ୍କ ଗଳାକାଟି ହତ୍ୟା କରିଥିଲେ । ଆଉ ପରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ । ଆଉ ପ୍ରମାଣକୁ ନଷ୍ଟ କରିବା ପାଇଁ ଗ୍ୟାସ୍ ଖୋଲି ଦେଇଥିଲେ । ଯେକେହି ବି ପ୍ରଥମେ ଘଟଣାସ୍ଥଳକୁ ଯିବ ସେ ଭାବିବ ଗ୍ୟାସ୍ ଲିକ୍ ହେବାକୁ ଅଘଟଣ ଘଟିଛି । ହେଲେ ପୁଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ପଚରାଉଚରା ବେଳେ ସବୁ ସତ ମାନିଛନ୍ତି ମୟଙ୍କ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking