ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନର ଫାଇଲ ହଜିବା ଘଟଣାରେ ଏଯାଏଁ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ମଗାଯାଇଥିବା ତଥ୍ୟ। ଫାଇଲ ଗାୟବ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସିଏମଓ, ମୁଖ୍ୟ ସଚିବ ଓ ଗୃହ ବିଭାଗକୁ ତଥ୍ୟ ଦେବା ପାଇଁ ଚିଠି କରାଯାଇଥିଲା। ହେଲେ ଏଯାଏଁ ଏହି ତିନୋଟି ବିଭାଗରୁ କୌଣସି ଉତ୍ତର ମିଳିନଥିବା ସୂଚନା ମିଳିଛି।କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ସୂତ୍ର ଅନୁସାରେ, ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟ ମଗାଯାଇଥିଲା।କିନ୍ତୁ ଚିଠିର ଉତ୍ତର ଏଯାଏଁ ଆସିନାହିଁ।ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଇଣ୍ଡର ଚିଠି ଜାରି କରିପାରେ। ତଦନ୍ତରେ ମିଳୁଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ କିପରି ଗାୟବ ହେଲା, ଏହା ପଛରେ କାହାର ଭୂମିକା ରହିଛି ଓ ଫାଇଲରେ କଣ ତଥ୍ୟ ଥିଲା, ସେସବୁ ନେଇ ତଦନ୍ତ ଜାରି ରହିଛି।









