31.7 C
Bhubaneswar
Tuesday, August 4, 2026
Homeଦେଶ ବିଦେଶଲସ୍କର ଆତଙ୍କୀଙ୍କ ବଡ଼ ଦାବି: ୩୦ରୁ ଅଧିକ ଆତଙ୍କୀ ନିହତ

ଲସ୍କର ଆତଙ୍କୀଙ୍କ ବଡ଼ ଦାବି: ୩୦ରୁ ଅଧିକ ଆତଙ୍କୀ ନିହତ

ନୂଆଦିଲ୍ଲୀପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟ ଚଳାଇଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଲସ୍କରର ଜଣେ ଆତଙ୍କୀ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ ଗତ ୩-୪ ବର୍ଷ ଭିତରେ ଭାରତୀୟ ଏଜେନ୍ସିଗୁଡ଼ିକ ୩୦ରୁ ଅଧିକ ଆତଙ୍କୀଙ୍କୁ  ହତ୍ୟା କରିଛନ୍ତି । ଗତ ମେ’ ମାସରେ ରେକର୍ଡ ହୋଇଥିବା ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅଭିଯୋଗ କରାଯାଇଛି ଯେ ଏହି ହତ୍ୟା ପଛରେ ଭାରତୀୟ ଗୁପ୍ତଚର ଏଜେନ୍ସିର ହାତ ରହିଛି, ଯାହାକୁ ସେମାନେ ଅଜ୍ଞାତ ହତ୍ୟାକାରୀ ବୋଲି କହୁଛନ୍ତି ।ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଜଣେ ଶୀର୍ଷ କାର୍ଯ୍ୟକର୍ତ୍ତା କ୍ୟାମେରା ଆଗରେ ଦାବି କରିଛି ଯେ ଅଜ୍ଞାତ ଲୋକ ପାକିସ୍ତାନ ଓ ପାକିସ୍ତାନ  ଅଧିକୃତ ଜମ୍ମୁ ଏବଂ କାଶ୍ମୀର -ପିଓକେର ବିଭିନ୍ନ ସ୍ଥାନରେ ହତ୍ୟା କରିଛନ୍ତି । ଲସ୍କର-ଏ-ତୋଏବା ସହିତ ଜଡ଼ିତ ଜଣେ ଆତଙ୍କବାଦୀ, ଯାହାକୁ ୨୦୦୫  ମସିହାରେ ଅଲ-କାଏଦା ଏବଂ ତାଲିବାନ ସହିତ ସମ୍ପର୍କ ପାଇଁ ଜାତିସଂଘ ଦ୍ୱାରା ନିଷିଦ୍ଧ କରାଯାଇଥିଲା, ସେ ଏପରି ହତ୍ୟାକୁ ସାର୍ବଜନୀନ ଭାବରେ ସ୍ୱୀକାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking