ଚେନ୍ନାଇ: ତାମିଲନାଡୁରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ । ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଷ୍ଟାଲିନଙ୍କୁ ବାସ ଭବନରୁ ଗିରଫ କରିଛି ତାମିଲନାଡୁ ପୋଲିସ । ସେଠାରେ ପୋଲିସ ଏବଂ ଷ୍ଟାଲିନଙ୍କ ସମର୍ଥକଙ୍କ ସହ ମୁଁହାମୁଁହି ପରିସ୍ଥିତି ଉପୁଜିଛି। ଉଦୟନିଧି ଷ୍ଟାଲିନ ଗିରଫ ହେବା ପରେ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଆଇନଗତ ଭାବରେ ଏହାର ସମ୍ମୁଖୀନ ହେବି । ମୁଁ ଏହି କାର୍ଯ୍ୟାନୁଷ୍ଠାନକୁ ଭୟ କରୁନାହିଁ । କେବଳ ମୁଁ ନୁହେଁ, ପ୍ରତ୍ୟେକ ଡିଏମକେ କର୍ମୀ କାର୍ଯ୍ୟାନୁଷ୍ଠାନକୁ ଭୟ କରିବେ ନାହିଁ । ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଷ୍ଟାଲିନ ।










