30.6 C
Bhubaneswar
Thursday, August 6, 2026
Homeଓଡିଶାମଝି ଚିଲିକାରେ ୫୦୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ମଝି ଚିଲିକାରେ ୫୦୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ପୁରୀ: ମଝି ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ବିରୋଧରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଦ୍ୱିତୀୟ ଦିନରେ ମଧ୍ୟ ଚିଲିକା ମଝିରେ ଘେରି ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ସ୍ଥାନୀୟ ପ୍ରଶାସନ ଶହ ଶହ ବେଆଇନ ଚିଙ୍ଗୁଡି ଘେରିକୁ ଭାଙ୍ଗୁଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଚିଲିକା ଅଞ୍ଚଳରେ ଜେସିବି ମେସିନ ସାହାଯ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି । ପ୍ରଥମ ଦିନରେ ୫୦୦ ଏକର ଅଞ୍ଚଳରେ ଥିବା ବେଆଇନ ଚିଙ୍ଗୁଡି ଘେରିକୁ ନଷ୍ଟ କରାଯାଇଥିଲା । ଚିଲିକା ଜଳକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ବେଆଇନ ଚିଙ୍ଗୁଡି ଘେରି ହଟାଯାଉଛି । ଦୀର୍ଘ ଦିନ ଧରି ଚିଲିକାରେ ବେଆଇନ ଘେରି ନିର୍ମାଣ ନେଇ ଅଭିଯୋଗ ଆସୁଥିଲା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ପୁରୀ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ପରେ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ସହଦେବ ସାହୁ ସୂଚନା ଦେଇଛନ୍ତି । ଉଚ୍ଚେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନ, ଅତ୍ରିକ୍ତ ତହସିଲଦାର ବିକାଶ ସେଠୀ ଏବଂ ସିଡିଏର କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking