32.4 C
Bhubaneswar
Thursday, August 6, 2026
Homeଦେଶ ବିଦେଶକୋଠା ଭୁଶୁଡି ଚାଲିଗଲା ୬ ଜୀବନ

କୋଠା ଭୁଶୁଡି ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରତାପଗଡରେ ପ୍ରବଳ ବର୍ଷାରେ ଭୁଶୁଡିଲା କୋଠା । ଲଗାଣ ବର୍ଷା ଯୋଗୁଁ ଏକ ପୁରୁଣା କଚ୍ଚା ଘର ଭୁଶୁଡି ପଡିବାରୁ ଗୋଟିଏ ପରିବାର ଉପରେ ଘଟିଛି ଅକଳ୍ପନୀୟ ବିପର୍ଯ୍ୟୟ । ଘର ଭିତରେ ଶୋଇଥିବା ଲୋକମାନେ ଧ୍ୱଂସ ସ୍ତୁପ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକ ଓ ପ୍ରଶାସନର ଉଦ୍ଧାର କାର୍ଯ୍ୟ ସତ୍ତ୍ୱେ ଏହି ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଓ ପ୍ରାଶାସନିକ ଟିମ ପହଞ୍ଚି ଜେସିବି ସହାୟତାରେ ଧ୍ୱଂସସ୍ତୁପ ହଟାଇ ଆହତଙ୍କୁ ବାହାର କରିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ଘଟଣା ପରେ ଜିଲ୍ଲା ପ୍ରଶାସନ ସ୍ଥିତିର ସମୀକ୍ଷା କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଲଗାତାର ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ପୁରୁଣା ଓ ଜରାଜୀର୍ଣ୍ଣ ଘରଗୁଡିକ ବିପଦରେ ରହିଛି । ପ୍ରଶାସନ ପକ୍ଷରୁ ଲେକଙ୍କୁ ଏଭଳି ଅସୁରକ୍ଷିତ ଘରେ ନ ରହିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking