32.4 C
Bhubaneswar
Thursday, August 6, 2026
Homeଦେଶ ବିଦେଶଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ସେ ଯୋଗଦେବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ ।ସୂଚନା ଅନୁସାରେ, ପ୍ରହ୍ଲାଦ ଯୋଶୀ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ତାଙ୍କ ଗସ୍ତ ସମୟରେ BRICS ଦେଶଗୁଡ଼ିକର ଶିକ୍ଷା ବ୍ୟବସ୍ଥା, ନୂତନ ଶିକ୍ଷା ନୀତି, ଡିଜିଟାଲ ଶିକ୍ଷା ଓ ଭବିଷ୍ୟତର ଶିକ୍ଷା ମଡେଲ୍‌କୁ ନେଇ ଆଲୋଚନା ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ BRICS ବରିଷ୍ଠ ଅଧିକାରୀ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ BRICS ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗଦେଉଛନ୍ତି ।ଏହି ସମ୍ମିଳନୀରେ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ, ଛାତ୍ର ବିନିମୟ, ଗବେଷଣା, କୌଶଳ ବିକାଶ ଏବଂ ଶିକ୍ଷାରେ ପ୍ରଯୁକ୍ତିର ବ୍ୟବହାର ଭଳି ବିଷୟ ଉପରେ ଆଲୋଚନା ହେବ । ପ୍ରହ୍ଲାଦ ଯୋଶୀଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । BRICS ସମ୍ମିଳନୀ ମାଧ୍ୟମରେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଏକ ଅନ୍ତର୍ଜାତୀୟ ମଞ୍ଚରେ ନିଜର ଉପସ୍ଥିତି ଜଣାଇବାର ସୁଯୋଗ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking