ଭୁବନେଶ୍ୱର: ଆଗକୁ ବର୍ଷା ନହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ । ଏନେଇ ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ୨ ଦିନ ତଳେ ପିକ ଫ୍ଲଡ ଥିଲା, ହୀରାକୁଦ ବନ୍ଧ ବଡ ବନ୍ୟାକୁ ରୋକିଲା । ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପମୁଣ୍ଡରୁ ପାଣି କମିଛି । ହୀରାକୁଦରୁ ଖୋଲାଥିବା ୨୨ଟି ଗେଟ ୨ ଦିନ ଯାଏଁ ବନ୍ଦ ହେବନି । ମୁଣ୍ଡଳୀରେ ଏବେ ବନ୍ୟା ସ୍ଥିତି ନାହିଁ । ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ଛତିଶଗଡ କଲମାର ଗେଟ ଖୋଲିଲା, ହେଲେ ପାଣି କମୁଛି । ରେଙ୍ଗାଲିରେ ଗୋଟେ ଗେଟ ଖୋଲା ଅଛି, ବ୍ରାହ୍ମଣୀରେ ବନ୍ୟା ହେବନି ।










