ସୋର: ବାଡ଼ିରେ ଜହ୍ନି ତୋଳୁଥିବା ବେଳେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁହୋଇଛି। ସେ ହେଲେ ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମେଘମାଧବ ଗ୍ରାମର ସ୍ୱର୍ଣ୍ଣାଲତା ବାରିକ (୫୫)। ସ୍ୱର୍ଣ୍ଣାଲତା ଆଜି ସକାଳେ ଘର ନିକଟରେ ଥିବା ବାଡ଼ିରେ ଜହ୍ନି ତୋଳୁଥିଲେ। ଏହିସମୟରେ ଏକ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।










