28.3 C
Bhubaneswar
Thursday, July 30, 2026
Homeଦେଶ ବିଦେଶ୪୯ଲକ୍ଷର ପୁରସ୍କାର ରାଶି ଥିବା ୮ ନକ୍ସଲଙ୍କ ଆତ୍ମସମର୍ପଣ

୪୯ଲକ୍ଷର ପୁରସ୍କାର ରାଶି ଥିବା ୮ ନକ୍ସଲଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ବିଜାପୁର ପୋଲିସ ନକ୍ସଲ-ବିରୋଧୀ ଅଭିଯାନରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନକିଟରେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ପୋଲିସ୍ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତା କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପାଞ୍ଚଜଣ ମହିଳା ଓ ତିନିଜଣ ପୁରୁଷ କ୍ୟାଡର୍ ସାମିଲ ଅଛନ୍ତି। ସେମାନଙ୍କ ମୁଣ୍ଡରେ ମୋଟ ୪୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ଏମାନେ ହେଲେ ଡିଭିସିଏମ ଅଶ୍ବିନୀ ଓରଫ ଲଚ୍ଛୁ,ରଙ୍ଗା ଓର୍ଫ ସୋହନ, ଦେବା ମାଡବୀ ଓରଫ ରାହତ, ଏରିଆ କମିଟି ସଦସ୍ୟ ଫଗନୀ ପୋୟାମ ଓରଫ ରଜନୀ, ସୁରଜ ମୁନ୍ନୀ ଚମ୍ପିୟା ଓରଫ ସୁବନୀ, ହିଡମେ କଡତି ଓରଫ ରୀତା, ବୁଦ୍ରୀ କୁଞ୍ଜାମ ଓରଫ ଅନୁଷା ଏବଂ ସଲମୀ ଚମ୍ପିୟା ଓରଫ ଜିଲାନୀ।

ପୋଲିସ୍ ଅଧୀକ୍ଷକ ଉମେଶ ଗୁପ୍ତା କହିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଦୀର୍ଘ ଦିନ ଧରି ସଂଗଠନ ପାଇଁ କାର୍ଯ୍ୟ କରିବା ସହ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିଲେ। ସୁରକ୍ଷା ବାହିନୀର ନିରନ୍ତର ଓ ପ୍ରଭାବଶାଳୀ ଅଭିଯାନ, ମାଓବାଦୀ ସଂଗଠନର ଦୁର୍ବଳ ସ୍ଥିତି, ହିଂସାତ୍ମକ ତଥା ଜନବିରୋଧୀ ବିଚାରଧାରା ପ୍ରତି ମୋହଭଙ୍ଗ ଏବଂ ଛତିଶଗଡ଼ ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ଓ ଥଇଥାନ ନୀତି ଦ୍ୱାରା ପ୍ରଭାବିତ ହୋଇ ସେମାନେ ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।ଝାଡ଼ଖଣ୍ଡ ପୋଲିସ୍, କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ (CRPF) ଏବଂ ବିଜାପୁର ପୋଲିସ୍ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ, ପାରସ୍ପରିକ ବିଶ୍ୱାସ ସ୍ଥାପନ ଏବଂ ସମ୍ବେଦନଶୀଳ ଆଭିମୁଖ୍ୟ ଏହି ଆତ୍ମସମର୍ପଣ ପ୍ରକ୍ରିୟାର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking