ଭଦ୍ରକ: ସୋମେଶ କୁମାର ଉପାଧ୍ୟାୟ (ଆଇଏଏସ ) ଭଦ୍ରକ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଯୋଗଦେବେ । ଆସନ୍ତାକାଲି ( ଜୁଲାଇ ୩୧) ଭଦ୍ରକରେ ଜିଲ୍ଲାପାଳ ଥିବା ଦିଲୀପ କୁମାର ରାଉତରାୟ ଅବସର ନେଉଛନ୍ତି। ଶ୍ରୀ ରାଉତରାୟଙ୍କ ସ୍ଥାନରେ ନୂତନ ଭାବରେ ଭଦ୍ରକ ଜିଲ୍ଲାପାଳ ଭାବେ ଶ୍ରୀ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଉପାଧ୍ୟାୟ ଏବେ ରାଜ୍ୟ ଟ୍ୟାକ୍ସଟାଇଲ ଓ ହ୍ୟାଣ୍ଡଲୁମ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ନୂତନ ଭାବରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।










