28.3 C
Bhubaneswar
Thursday, July 30, 2026
Homeଓଡିଶାପାଣିରେ ବୁଡ଼ିଗଲା ଗହଗା ପାଟ: ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ପାଣିରେ ବୁଡ଼ିଗଲା ଗହଗା ପାଟ: ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଭୁବନେଶ୍ୱର : ପାଣିରେ ବୁଡ଼ିଗଲା ଗହଗା ପାଟ । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା, କରାଣ୍ଡିଆ, ପାଇକା, ଚିତ୍ରତ୍ପୋଳା ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଚିତ୍ରତ୍ପୋଳା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମାର୍ଶାଘାଇ ବ୍ଲକ ଗହଗା ପାଟରୁ ବର୍ଷା ପାଣି ନିଷ୍କାସିତ ନହୋଇପାରି ଏବେ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିଛି । ଗହଗା ପାଟରେ ବଛରେଇ, ପରକୁଳା, ରଘବପୁର, ବନ୍ଧକଟା ଆଦି ୪ଟି ଗ୍ରାମ ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହି ଧାନ, ନଳିତା ଓ ପନିପରିବା ଫସଲ ସବୁ ନଷ୍ଟ ହୋଇଯାଇଛି ।କଟକ ଜିଲ୍ଲାର ନେମାଳ ଠାରୁ ବାଘୁଣି ନଦୀରେ ପାଣି ଆସି କେନ୍ଦ୍ରାପଡ଼ା ଜିଲ୍ଲା ନାରାୟଣପୁର ଓ ମାଛମାରା ସୁଇସ ଗେଟ ଦେଇ ଚିତ୍ରତ୍ପୋଳା ନଦୀକୁ ନିସ୍କାସିତ ହୋଇଥାଏ। ହେଲେ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ଏହି ସୁଇସ ଗେଟକୁ ବନ୍ଦ କରିଦିଏ ଜଳସମ୍ପଦ ବିଭାଗ। ଯାହାଫଳରେ ପ୍ରତିବର୍ଷ ଏହି ସମୟରେ ଗହଗାପାଟ ଜଳାର୍ଣ୍ଣବ ହୁଏ ଚାଷି କ୍ଷତିଗ୍ରସ୍ତ ହୋଇଥାନ୍ତି। ଗହଗା ପାଟର ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking