31.1 C
Bhubaneswar
Wednesday, August 5, 2026
Homeଓଡିଶାନବୀନଙ୍କ ସମ୍ପର୍କରେ ଓଡିଶା ରିପୋର୍ଟରରେ ଖବର ପ୍ରକାଶିତ ପ୍ରସଙ୍ଗ; ଉଦେ୍ଦଶ୍ୟମୂଳକ ଭାବେ ମିଥ୍ୟା ଖବର ପରିବେଷଣ...

ନବୀନଙ୍କ ସମ୍ପର୍କରେ ଓଡିଶା ରିପୋର୍ଟରରେ ଖବର ପ୍ରକାଶିତ ପ୍ରସଙ୍ଗ; ଉଦେ୍ଦଶ୍ୟମୂଳକ ଭାବେ ମିଥ୍ୟା ଖବର ପରିବେଷଣ କରାଯାଇଛି: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କିତ ଏକ ଖବର ଓଡିଶା ରିପୋର୍ଟରରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ଏହାକୁ ଦୃଢ଼ ଖଣ୍ଡନ କରିଛି । ଏହି ଖବର ସତ୍ୟ ଉପରେ ଆଧାରିତ ନୁହେଁ ଓ ଉଦେଶ୍ୟ ପ୍ରଣୋଦିତ ଭାବେ ନବୀନ ପଟ୍ଟନାୟକଙ୍କ ଛବିକୁ ମଳିନ କରିବା ପାଇଁ ଏପରି ମିଥ୍ୟା ଖବର ପରିବେଷଣ କରାଯାଇଛି ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗତକାଲି ଓଡିଶା ରିପୋର୍ଟରେ ପ୍ରକାଶିତ ହୋଇଥିବା ଖବରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଦୀର୍ଘ ୭ ଦିନ ହେଲାଣି ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ୱରରେ ଥିବା ଏମ୍ସରେ ଭର୍ତ୍ତି ହେବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ସୁଦ୍ଧା, ନବୀନ ପଟ୍ଟନାୟକ ତାଙ୍କୁ କୌଣସି ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା । କିନ୍ତୁ ଖବରଟି ସତ୍ୟ ଉପରେ ଆଧାରିତ ନୁହେଁ । କାରଣ ଜୁଲାଇ ୨୮ ତାରିଖରେ ଏହି ବ୍ୟକ୍ତି ଏକ ଚିଠି ମାଧ୍ୟମରେ ଏମ୍ସରେ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ସେହିଦିନ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଦ୍ୱାରା ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇ ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଅନୁରୋଧ କରାଯାଇଥିଲା । ଏହା ଭିନ୍ନ କଥା ଯେ, ଏହି ଚିଠି ପାଇବା ପରେ ଏମ୍ସ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭର୍ତ୍ତି କରିନଥିଲେ । ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳୀର ବ୍ୟକ୍ତିଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ । କେବଳ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଉଦେ୍ଦଶ୍ୟ ପ୍ରଣୋଦିତ ଭାବେ ଏଭଳି କରାଯାଇଛି । ମିଥ୍ୟା ଖବର ପରିବେଷଣ କରି କେବଳ ଟିଆରପି ହାସଲ ଲକ୍ଷ୍ୟରେ ଅଥବା କିଛି ରାଜନୈତିକ ସ୍ୱାର୍ଥ ହାସଲ ଉଦେ୍ଦଶ୍ୟ ରହିଛି ବୋଲି ଡ଼ ମହାନ୍ତି ଅଭିଯୋଗ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ସମ୍ପୃକ୍ତ ବ୍ୟକ୍ତି ଆଜି ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking